ଠିକଣାବେଳେ In Right Time
G
0
Altın Yaprak
1
ପାରୁ ନି ମୁକୁଳି କବିତାଠୁ,
ଯିବି କେମିତି ତୁମ ପାଖକୁ!
ତୁମେ ଯେ କବିତା ଜାଣେ ମୁଁ।
ଆଉ କବିତାରେ ବନ୍ଧା ମୋ ଅସ୍ତିତ୍ୱ ଜଣା ତୁମକୁ।
ଜାଣେ, କବିତାଠି ମୋର ସବୁ।
2.
କୋଉଠି କେତେବେଳେ କଣ କାହାକୁ
କହିବ ଆଉ କଣ କହିଲେ କଣ ହେବ
ସବୁକୁ ବୁଝିବାକୁ ହେବ।
ନ କହି କିଛି ଅବଶ୍ୟ
ଚୁପ୍ ରହିଯିବା ସବୁଠୁ ଭଲ।
ସମୟ ଅବଶ୍ୟ ଦେବ ସଠିକ୍ ଜବାବ
ଠିକଣାବେଳେ।
ସେଇ ସମୟକୁ ଅପେକ୍ଷା
କରିବାକୁ ହେବ ଧୈର୍ଯ୍ୟଧରି।
ଏ ଜୀବନ ହେଉଛି ସହିବାକୁ
ସବୁ କିଛି।
ଯାହା କହିବ କହ,
ମୁଁ ମୋର ଦୋଷରେ ଥିଲେ
ଅବଶ୍ୟ ପାଇବି ଫଳ।
ମୁଁ ଅଛି ସତର୍କ।
ଅଛି ତୟାର।
Bu şiiri puanla
Henüz puan verilmemiş