ନୂତନ ସ୍ୱପ୍ନ New Dream
G
0
Altın Yaprak
1
କର ନାଟକ
କର ନାଟକ
ଦେଖିବୁ ଆମେ ଏଠି।
ଦେଖି ନାଟକ
ହେବୁ ଅଟକ
ଖଟିବୁ ଖାଲି ବେଠି।
ପେଟ ଆମର
ରଡି ଛାଡୁଛି
ଖୋଜିବୁ ପଟେ ରୁଟି।
ସାଆଣମେଲା
ଘର ଆମର
ଲୁଟ ହେଉଛି କୋଟି।
2
ଜାତୀୟ ଫୁଲ
ନାଇଁ ତ ମୂଲ
ହୁଅ ମଣିଷ ଠୁଳ।
ମୁଠାଏ ଭାତ
ମୁକତି ଦୂତ
ଜୀବନ ଯିବା ଖେଳ।
ସଂଖ୍ୟାରେ ବଳ
ସଂଖ୍ୟାରେ କାଳ
ସବୁ ଫିସାଦି ଛଳ।
ଜାଗରେ ଜାଗ
ମଣିଷ କୁଳ
ନଷ୍ଟ କର ଏ କଳ।
3
ଆମରି ମାଟି
ଆମରି ଭାଷା
ଶ୍ରମିକ ଚାଷୀ ଆସ।
କବି ଲେଖକ
ନୂତନ ସ୍ୱପ୍ନ
ଦେବାକୁ ସବୁ ଆସ।
ଭୋକିଲା ଆମେ
ଶୋଷିଲା ଆମେ
ଚିର ଅଭାବେ ଥାଇ,
ଚାପୁଡା ମାରି
ଶତ୍ରୁ ହଟାଇ
ମାନ ରଖିବା ଭାଇ।
Bu şiiri puanla
Henüz puan verilmemiş