ଇତି, ନୁହଁ ସମାପ୍ତି No End
G
0
Altın Yaprak
ବଂଚେ ସବୁ
ଗଜାନନ ମିଶ୍ର
ବଂଚେ ସବୁ,
ନ ବଂଚେ ନୁହେଁ କିଛି।
ସମସ୍ତେ ବଂଚନ୍ତି
ଅଧିକାର ଅଛି ସମସ୍ତଙ୍କର
ବଂଚିବେ ସମସ୍ତେ ।
ବଂଚିବା ଭିତରେ
କାହାକୁ କିଏ ମାରେ!
ମାରି ପାରେ?
ନିଜ ସ୍ୱାର୍ଥ ପାଇଁ
ପ୍ରସ୍ତୁତ ହେଉଥାଏ ମାରିବାକୁ
ଅପରକୁ ଯଦିଓ।
ଆଉ ମରୁଥାଏ
ନିଜେଇ ନିଜଠି।
କିଏ ମରେ କିଏ ମାରେ
ଯାଇଥାଏ ପାଶୋରି।
ବଂଚିବା ଭିତରେ ମରିବା
ଆଉ ମରିବା ଭିତରେ ବଂଚିବା
କିଏ ଦେଖେ କିପରି!
ହାଓଜାଓ ଲହରୀ
ଘର ଘଡି ଉଇ
ଘାଇ ଛାଇ ଭାଇ
ଇଏ ସିଏ କିଏ
କାହାକୁ ଜଣା କି ଟିକିଏ!
ଆରେ ଅନ୍ଧସବୁ
ସବୁ କାଲ
ସବୁ ପାଗଳ।
ହୋ ହାରେ
କଷାକଷି ନିଜର
ତୁଚ୍ଛା ବଳ।
ମାଟି କାହାର?
ମାଟିରୁ ବାହାରି
ମାଟିର ଶରୀର
ମିଶିଲାବେଳେ ମାଟିରେ
ଥାଏ କି ଆଉ କିଛି କଣ
ପଚାରିବାକୁ!
ପଶୁପକ୍ଷୀ ମଶାମାଛି
ବାସିତିଆସି ସବୁରେ ରସି
ମଣିଷ ଖୁସି!
ଧନ୍ୟରେ, କୁକୁର-କୁକୁଡା
ଦୁଇ ମିତ ଖାଇବାରେ ବ୍ୟସ୍ତ
ଲସି, ଏକାଠି ମିଶି।
ଏଇଟା ଏମିତି
ଇତି
ନୁହଁ ସମାପ୍ତି।
ତପୋବନ, ଟିଟିଲାଗଡ, ବଲାଙ୍ଗିର
15/10/2019
Bu şiiri puanla
Henüz puan verilmemiş