କମାଣି ଶୂନ No Income
G
0
Altın Yaprak
କମାଣି ଶୂନ,
ଆୟବ୍ୟୟ କଥା କିଛି ନୁହଁ,
ସୁକୃତ କିଛି ନାହିଁ
ବନ୍ଧୁପରିଜନଙ୍କ ନାହିଁ
ସ୍ନେହ ସୋହାଗ।
ଏକ ସ୍ୱରରେ
କହୁଛନ୍ତି ସଭିଏଁ
କିଛି କାମର ନୁହଁ
ୟାକୁ ଆସ ପକାଇଦେବା
ଖତଗଦାରେ ଆଗ।
କାହାକୁ କହିବି କଣ,
ଶବ୍ଦ ନିଅଣ୍ଟ।
ନାହିଁ ଜ୍ୟୋତି,
ଅଛି ବିପତ୍ତି।
ଚଉଦିଗେ ମାୟାଫାନ୍ଦ,
ସବୁବେଳେ ମୋର ଅବସ୍ଥା
ଦେଖ କାନ୍ଦ କାନ୍ଦ।
ସଙ୍କଟ ଘୋର,
ଚାରିଆଡ ଅନ୍ଧାର।
ମୁଁ ବାଦୀ, କରୁଛି ପ୍ରାର୍ଥନା
ରକ୍ଷାକର, ମୋଠୁ ବାହାରି
ମତେ ମାରି ଚାଲିଛନ୍ତି
କାମ କ୍ରୋଧ ଲୋଭ ମୋହ
ଅହଙ୍କାର ନିରନ୍ତର।
ମାତୃଦ୍ରୋହୀ ମୁଁ
ସର୍ବସିଦ୍ଧି ଆନନ୍ଦ ସୁଖ
ପାଇବି କୋଉଠୁ?
ନିଜ ଉପରେ ନିଜର
ଅନାସ୍ଥା ଛାମୁ,
ଏଠି ମୁଁ ମୋର ପ୍ରତିବାଦୀ
କାହାକୁ କହିବି କଣ
ମୁଁ ମତେ ପାରୁ ନାହିଁ ସାଧି।
Bu şiiri puanla
Henüz puan verilmemiş