ବାଟରେ ଏଠାରେ ସେଠାରେon The Road Here There
G
0
Altın Yaprak
ଏତେବେଳକୁ ଆମେ
ଆସିଗଲେଣି ଏତେଦୂର।
କୋଉଠୁ କେତେଦୂର ହେଉ ନି କହି ।
ତୁମେ ଅବଶ୍ୟ ଅଛ ତୁମ ଜାଗାରେ
ଆଉ ମୁଁ ମୋ ଜାଗାରେ।
ହେଉ ନି ବି କହି କଣସବୁ କିଏ ସବୁ
ବାଟରେ ଏଠାରେ ସେଠାରେ।
ତୁମେ ତୁମ ଗାଡିରେ
ଆଉ ମୁଁ ମୋର।
ଉଭୟଙ୍କ ଗାଡି ନା ଯାଉଛି ଆଗକୁ
ନା ଫେରୁଛି ପଛକୁ।
ଆମେ ପାରିନେ ରହି ନିଜଠି
ବଦଳି ଯାଇଛି ସବୁ କିଛି
ଯଦିଓ ଏତେବେଳକୁ ଏଠି।
Bu şiiri puanla
Henüz puan verilmemiş