ବାଧା ନାହିଁ No Obstruction
G
0
Altın Yaprak
1.
କ୍ୟା ହୋଗା, ଆଗେ ବୋଲ୍
ଘରେ ବସି ଆରାମ୍ ରେ ଖା
ପଖାଲ ଆଉ ମାଛ ଝୋଲ୍।
ଇନ୍ କିଲାବ୍ ଜିନ୍ଦାବାଦ୍
ଏଣିକିହେବ ଜୋର୍।
ସିଂହ ପଛକୁ ଫେରିଛି
ଲଂଫ ମାରିବାକୁ ଉଦ୍ୟତ
ପୁଣି ଥରେ କରିବ ସିଓର୍।
ସରି ନି କିଛି,
ସୁରୁ ହେବାର ଖାଲି ହୋଇଛି
ଉପକ୍ରମ ଏଠାରୁ।
ରାତି ଆଉ ଦିନକୁ ଧରି
ଚକ୍ର ଘୂରିଛି, ଅଭିମନ୍ୟୁର ବଧରେ
କୁରୁସେନା ବିଜୟ ଉତ୍ସବ ନ ପାଳୁ।
ହେଉ, ହେଉ,
ଯାହା ଯିଏ କରିବାକୁ ଯାଉଛି କରୁ।
ବାଧା ନାହିଁ କାହାକୁ।
ମେଘ କୁଟୁ, ଅନ୍ଧାର ଘୋଟୁ,
ଯାହା ଘର ଭିତରେ ଯିଏ ଯାହା
ଯେମିତି ପ୍ରାକ୍ଟିସ୍ କରୁଛି କରୁ।
ମନା ନାହିଁ କାହାକୁ କୋଉକଥାକୁ।
ଜମି ଉଜୁଡୁ, ଭାଷା ବିଗୁଡୁ,
ଜନ୍ମ କରିଛି ଯିଏ ମଲେ ମରୁ।
ଏଥକୁ ଉପାୟ ଚିନ୍ତା କରାଯାଉ,
ଆପଣା ନିକୃଷ୍ଟ ସ୍ୱାର୍ଥ ନିଜଠି ରହୁ।
2.
ଜଣା ପଡୁଛି
ଯୁଦ୍ଧ ବାହାରକୁ
ଯାଇ ନାହାନ୍ତି କେହି।
ଅଣ୍ଟା ଭିଡାଭିଡିରେ
ବ୍ୟସ୍ତ ସଭିଏଁ।
ଜଣା ପଡୁଛି
ହସି ହସି ହାତ ଟେକିବା ହିଁ
ପ୍ରତ୍ୟେକଙ୍କ ଦାୟିତ୍ୱ।
ଯେ ଯୋଉଠି ବ୍ୟସ୍ତ
କାନ୍ଦିବାରେ ତେଣୁ।
ଜଣାପଡୁଛି
କାର୍ଯ୍ୟକାରଣର ଅଭାବ।
ଆଶା ଆଉ ବିଶ୍ୱାସ ନେଇ
ତଥାପି ସମସ୍ତେ ଠିଆ
ନିଜ ନିଜ ହସରେ ଉଡେଇବାକୂ ଦୁନିଆଁ।
ଜଣାପଡୁଛି
ଏଠି ଭରି ରହିଛି
ସବୁ ସୌନ୍ଦର୍ଯ୍ୟର ଗନ୍ତାଘର।
ଜଣେ ଆରଜଣକୁ ଚିହ୍ନଟ କରି
ବନ୍ଧୁକ ମୁନରେ ରଖିବାକୁ ତୟାର।
Bu şiiri puanla
Henüz puan verilmemiş