ଜାନିପାରବା ଅଛେ Ought To Know
G
0
Altın Yaprak
କେତେଦୂରେ କିଏ
ମାପମି ବଏଲେ
ନେଇ ହୁଏ ଇନୁ।
ଇନୁ ହେବା
କାଣା ସେ?
ଆରୁ ହେଟା
କହେବାରକାଜେ
ଦେଖବାରକେ ପଡବା
ଖୁଟା ଗଡା ହେଇଛେ
କେନଲକେ।
ବଁଧୁ ମଇତ୍ର
ଅଛନ୍ ଜେନମାନେ
ଇନ ସେନ
କହିଦେଉଛନ୍,
ଚୁପ୍ ରହ ହୋ ବୁଆ।
ମୁଇଁ ବଲବାରଟା
କେତେ ପଦ୍
ଆରୁ ଉଠବାରଟା
କେତେ କାଡା
ଜାନିପାରବା ଅଛେ
ଜେନ୍ ଇଛେନ ।
କେତେ ଦୂରେ
କେନ ଅଛେ
ନେଇଁ କହି ହୁଏ
ସତ୍ କହେଲେ।
Bu şiiri puanla
Henüz puan verilmemiş