ବ୍ରହ୍ମଲିପି ଆମର Our Brahmi Script
G
0
Altın Yaprak
ଶଙ୍ଖାସୁର ନାମେ ମହାଦୁଷ୍ଟ ଦୈତ୍ୟ ଥିଲା,
ବ୍ରହ୍ମାଙ୍କର ବେଦପୋଥି ଚୋରାଇଣ ନେଲା।
କାନ୍ଦିଣ ବିକଳେ ବ୍ରହ୍ମା କଲେକ ଗୁହାରି,
ତହିଁର ନିମନ୍ତେ ଜଳେ ମତ୍ସ୍ୟରୂପ ଧରି।
ବେଦ ଉଦ୍ଧରିଲେ ବଳେ ଦୈତ୍ୟ କରି ହତ,
ତେଣୁ ରକ୍ଷା ହେଲା ଚରାଚର ଏ ଜଗତ।; - ଅଚ୍ୟୁତାନନ୍ଦ ଦାସ
ବନ୍ଧୁଗଣ,
ବ୍ରହ୍ମଲିପି ଆମର ହଜୁଛି ପୁଣି କରିବା କଣ?
ଏକମୁଖ ହୋଇ ସର୍ବେ ଆସ
କରିବା ପ୍ରାର୍ଥନା ରଖ ନାରାୟଣ।
ରଖ ନ ରଖ ଆମେ ଏକତ୍ରୀତ,
ତୁମ ଆଶିଷ ପାଇ
ସସାଗରା ମହି କରିବୁ ଆଲୋକିତ।
ଆକାଶପାତାଳ ବ୍ୟାପି ପୁଣି ଖେପିବୁ ଆମେ,
ଆମ ପରିଚୟ ଦେଇ ପିତୃପୁରୁଷଙ୍କ ଋଣ
ନିଶ୍ଚେ ସୁଝିବୁ ଦିନେ।
Bu şiiri puanla
Henüz puan verilmemiş