ବ୍ୟସ୍ତ ଘରକରଣାରେ Busy In Household
G
0
Altın Yaprak
ଖୁସି, ପାଇଲି ବନ୍ଧୁ,
ଖୋଜି ଖୋଜି ଏଇଠି।
ସ୍ଥିର ହୋଇ, ଭିତରେ ମୋର,
ଫୁଲ ଆଉ ଫଳର ଦୈନନ୍ଦିନ
ଆଶା ପ୍ରାଚୁର୍ଯ୍ୟ ଭିତରେ।
ନାହିଁ କିଛି କହିବାର କାହାକୁ ବି,
ଆଇନ ଅଛି, ନୀତି ନିୟମ ଅଛି,
ନାହିଁ ଦଣ୍ଡ ଦେବାର ଉଲ୍ଲଂଘନରେ।
ଯେ ଯାହାର ଏଠି ମୁକ୍ତ ବନ୍ଧୁ,
ଧର୍ଷଣରେ, ପ୍ରାଣ ନେବାରେ, ହାୟ।
କାହାଠି କି ଗ୍ୟାନ, ଅଜଣା ମତେ।
ନିଶାଶକ୍ତ ଅନ୍ଧାରରେ ସଭିଏଁ
ଭଲମନ୍ଦକୁ ନାହିଁ ପଦୁଟିଏ,
ସାରାଦିନ ଚେତା ନାହିଁ କାହାରି।
ଆସୁ ନାହିଁ ମୃତ୍ୟୁ, ନାହିଁ ଭୟ ନାଲି ଆଖିକୁ।
ମୁଁ ମୋର ଅଛି ସନ୍ତୋଷରେ,
ମୁଁ ମୋର ଖୁସିରେ ବନ୍ଧୁ,
ଧୋକା ହେଉଛି ଏମିତି କହିବାରେ।
ରାତି ନେଉଛି ମୋର ଯତ୍ନ
ଆଉ ମୁଁ ବ୍ୟସ୍ତ ମୋ ଘରକରଣାରେ।
Bu şiiri puanla
Henüz puan verilmemiş