ଆମର ମତି Our Mentallity
G
0
Altın Yaprak
ଯୁଦ୍ଧରତ,
ଯୁଦ୍ଧରତ ଆମେ ଏଠି,
କାହା ସହିତ କେତେବେଳେ,
କିଏ କେମିତି ।
କଣ ପାଇଁ
କାହାକୁ ଜଣା ନାଇଁ।
ଯୁଦ୍ଧରେ କିଏ
କେତେ ମାତ୍ରାରେ
ସହୁଛି କ୍ଷତି
ଜାଣିବ କେମିତି,
ଉପାୟ ନାଇଁ।
ଉପାୟ ନାଇଁ
ଜାଣିବାର ବି
ଯୁଦ୍ଧରୁ କାହାର
କେଉଁଆଡେ ଗତି।
ଯୁଦ୍ଧ ହେଉ କି
ନ ହେଉ,
କହ କି ନ କହ,
ମାନିବ ନିଶ୍ଚୟ
ନୁହଁ ଶୁଦ୍ଧ ଆମର ମତି।
2.
ମୁଁ ଏବଂ ଆପଣମାନେ,
ଅଲଗା ନୁହେଁ ଆମେ।
ସ୍ୱୀକାର ନାହିଁ ଆମର
ଅଲଗା ଅଲଗା ଘରଘାଟ,
ସ୍ୱୀକାର ନାହିଁ ଭାବ ପ୍ରକୃତି,
ସ୍ୱୀକାର ନାହିଁ ଦ୍ୱନ୍ଦ୍ୱ ସମାସ।
ଆମେ ଏକ, ଏକରେ ବହୁ,
ବହୁରେ ଏକ, ପୂରା ଏକ।
ଏକରେ ଏକ ଦୁଇ ଏଠି ନୁହେଁ,
ଏକ ନୁହେଁ କେହି ସତ ନୁହେଁ।
ଗତି ନିୟତି ଜଣକର
ସବୁ ଆପଣାର ସବୁ ସବୁର।
Bu şiiri puanla
Henüz puan verilmemiş