ଆମର କିଛି ନାଇଁ ବି ସଂପର୍କ We Have Also No Relation
G
0
Altın Yaprak
1.
ଜୀବନ ମୋ କୋଉଠି?
ପଚାରୁଛି ସଭିଙ୍କି।
ଆଉ ସମସ୍ତେ
ଯାଇଛନ୍ତି ଭୁଲି
କଣ ଜୀବନ।
ଖାଇ ପିଇ ଶୋଇ
ଯେଣତେଣ ରହିଯିବା
କଣ ଜୀବନ ଜିଇଁବା?
ନ ଥାନ୍ତି କହିବାକୁ ଜଣେ ବି,
ଏଠି ଅବା ସେଠି।
ଜଣା ମତେ କିନ୍ତୁ
ଏ ଯୋଉ ରହିଛି ସମୟ
ଅଶ୍ୱଶକ୍ତି ଧରି ପାଖରେ
ପାରୁ ନୁ କାମରେ ଲଗେଇ
ଆମେ କେହି।
ଆଉ ନିଜ ନିଜ ଭିତରେ
ବାଡିଆବାଡି ହୋଇ
ମରୁଛୁଁ ପ୍ରତିମୁହୂର୍ତ ।
ଜମାରୁ କରୁ ନି କାମ
ଆମ ଆଖି କାନ
ଗୋଡ ଆଉ ହାତ।
ଆମର କିଛି ନାଇଁ ବି ସଂପର୍କ
କିଏ ହେଲା ଉଦୟ
ଆଉ କିଏ କୋଉଠି
କେମିତି ହେଉଛି ଅସ୍ତ।
Bu şiiri puanla
Henüz puan verilmemiş