ଆମର ସକାଳ ସଂଜ Our Morning And Evening
G
0
Altın Yaprak
ମାୟା
ଗଜାନନ ମିଶ୍ର
ସମୁଦ୍ର ଆଉ ଆକାଶର
ମାୟା, ଆଉ ମାୟା ରଖେ
ବନ୍ଦୀକରି ତୁମକୁ ମତେ।
କହିପାର ତୁମେ କିଏ
ଆଉ କେମିତି ପୁଣି
ଯା ଆସ କର କୋଉଠୁ
କୋଉଠିକୁ କେମିତି।
କହିବି
ମୂଲ୍ୟ ନାଇଁ କିଛି
ସବୁ ମାୟା।
ମାୟା ସବୁ
ଦୁଃଖ ଆଉ ଆନନ୍ଦ।
ମାୟା ସବୁ
ଜୀବନ ଜଂଜାଲ।
ମାୟା ସବୁ
ପବନ ଆଉ ଜୁଆର।
ମାୟା ସବୁ
ନଈ ଆଉ ପାହାଡ।
ଆଉ ଆଉ ଭିତରେ
ଆମର ସକାଳ ସଂଜ।
ତୁମେ
ନ ବୁଝୁଛ ନୁହେଁ।
ତଥାପି ତଳ ଉପର
ରଙ୍ଗରୂପ ଭିତରେ
କିଏ କୋଉଠି କେତେବେଳେ
ଜଣା ନାଇଁ କାହାକୁ।
ପ୍ରିୟପରିଜନ ଭାଇବାପ
ବନ୍ଧୁ ସୁହୃଦ ସଭିଏଁ
ଯେ ଯାହାର ସ୍ୱାର୍ଥରେ ବ୍ୟସ୍ତ।
ମାୟା, ମାୟା, ମାୟା,
ରହ, ଧୈର୍ଯ୍ଯ ଧର
ଖବର ମିଳିଯିବ ବଳେ
ଗଣତି ନ ସରୁ ନୁ
କିଏ ଯାଉଛି କୁଆଡେ!
ରହ, ଧୈର୍ଯ୍ଯ ଧର
ଫିଟିବ ଅନ୍ଧାର
ଆଉ ଅନ୍ଧାର ହଟିଲାବେଳକୁ
ନ ଥିବେ କେହି ପାଖରେ ଯଦିଓ।
ତପୋବନ,ଟିଟିଲାଗଡ, ବଲାଙ୍ଗିର
15/11/2019
Bu şiiri puanla
Henüz puan verilmemiş