ଆମ ସଂପର୍କ Our Relation
G
0
Altın Yaprak
ସତ୍ୟ ହିଁ ସୁଖଘର,
ସତ୍ୟ ସଂପନ୍ନ ହୁଅ,
ଆଉ ହୁଅ ସିଦ୍ଧ।
ସତ୍ୟ କଣ ନିଜେ ଜାଣ,
ସତ୍ୟରେ ଜଗତ ଉତ୍ପତ୍ତି ପାଳନ,
ସତ୍ୟ ହେତୁ ସଂସାରରେ ଚଳପ୍ରଚଳ ଜନ।
ସତ୍ୟ ଭାବ, ସତ୍ୟ ପ୍ରେମ।
ସତ୍ୟ ଅଖଣ୍ଡ,
ସତ୍ୟରେ ନାହିଁ ତୁମ୍ଭ ଆମ୍ଭ ଭେଦ।
ସତ୍ୟରେ ନାହିଁ କ୍ରୋଧ,
ନାହିଁ ପୀଡା ବିରୋଧ।
ସତ୍ୟ ସ୍ଥାବର ଚର,
ସତ୍ୟ ପରମ ମଙ୍ଗଳ ନିରନ୍ତର।
ସତ୍ୟ ଶରୀର,
ବାହାର ଅନ୍ତର।
ସତ୍ୟ ଆମ ସଂପର୍କ।
ସତ୍ୟରେ ସମାନ ବିଷାଦ ହର୍ଷ।
ସତ୍ୟ ପାଇଁ ସବୁ କବିତା,
ସତ୍ୟ ପାଇଁ ଅପ୍ରୀତି ପ୍ରୀତି ମମତା।
ସତ୍ୟ ମାତା ସତ୍ୟ ପିତା।ସତ୍ୟରେ କବିତା,
ସତ୍ୟ ଜଗତଜିତା।
Bu şiiri puanla
Henüz puan verilmemiş