ଆଲୁଅ ଦେଖିଛି Seen The Light

G Gajanan Mishra Gajanan Mishra
0 Altın Yaprak
ଆଲୁଅ ଦେଖିଛି, ଆଉ ଦେଖିଛି ଅନ୍ଧାର। ଜୀବନ ଦେଖିଛି, ଆଉ ଦେଖିଛି ମୁର୍ଦାର। ସମୟକୁ କହିଛି, ଚିହ୍ନିଛି ସର୍ଦାର। ଆକାଶକୁ କହିଛି, ଆସିବୁ? ଖବରର୍ଦାର। ମୋ ଆଖି ମୋ ପାଟି ତୋରରେ ମାଟି। ଚାଖିଛି ସବୁ ସ୍ୱାଦ ଆଲୁଅ ଅନ୍ଧାର ଫେଣ୍ଟି। ସତ ଦେଇଛି ଦେଖା, ପ୍ରେମ ସହ ହେଇଛି ଭେଟା। ରହିଛି ଶାନ୍ତିରେ ମିଛକୁ କହି ଟା ଟା । 2. ମୁଁ ବି ଦେଖିଛି କାଳୀ ଅର୍ଥହୀନ ଯୁକ୍ତିତର୍କ ବାର୍ତାଳାପ ଶୁଣିଛି ବି, ରହିଛି ଅନିଦ୍ରା ରାତି ରାତି, ଲଜ୍ଜାହୀନ ସମୟ ବି ପଡିଛି ଭୁଷୁଡି। ଜବରଦସ୍ତି ଆସି କରିଛି ରକ୍ତାକ୍ତ ମତେ, ମା ଡାକ ହୋଇଛି ଗୌଣ। ସମଗ୍ର ତପସ୍ୟାକୁ ମୋର କରୁଥିଲା ବେକାର। ବାହାରକରି ଆଲୁଅ ମୋ ଭିତରୁ କଲି ପ୍ରତିହତ ଆଉ କାଳୀ ହେଲା ଇତଃସ୍ତତଃ। ମୁଁ ମୋର ଚଢିଲି ପାହାଚ ଆଡେଇଦେଇ ସବୁ ଝାମେଲାକୁ, ଆଉ ରହିଲି ସ୍ଥିର ମୋରି ପଥରେ। ସୂର୍ଯ୍ୟ ଉଇଁଲାପୁଣି ମୋରି ଅଗଣାରେ, ଯେତେ ସବୁ ମଇଳା ଆବର୍ଜନା ହେଲା ଫିଙ୍ଗା ବାଡିପଟେ, ଦିଆଗଲା ପୋତି ମାଟିରେ। ଏଥର କହିଲା କାଳୀ ଦେବୁକି ଆଦେଶ ଦେ କରିଦେବି ଯାହାଯେତେ। ଭାଗ୍ ସେଆଡେ, କହିଲି ମୁଁ, ନିର୍ଲଜୀ ରହିଲା ଯାଇ ଜରଦଗବ ଗୁଂଫାରେ ବେସାହାରା ନିଜ ନଷ୍ଟ ନିଜେ ବ୍ୟସ୍ତ ଦେଖିବାରେ।

Bu şiire çeviri ekle ·

Bu şiiri puanla

Henüz puan verilmemiş

Yıldıza dokunarak 1–10 arası puan ver

Yorumlar

Yorum yapmak için giriş yapmalısın.

Giriş yap

Bu şiire henüz yorum yapılmamış. İlk sen ol.

Sana daha iyi bir okuma deneyimi sunabilmek için sitemizde çerez kullanıyoruz. Kişisel verilerin KVKK ve GDPR kapsamında işlenir; hangi çerezlere izin verdiğini dilediğin zaman değiştirebilirsin.