ଆକାଶରେ ଥାଇ Staying In The Sky
G
0
Altın Yaprak
ଆକାଶରେ ଥାଇ
କରୁଛି ଚେଷ୍ଟା
କେମିତି ଧରନ୍ତି
ଆକାଶକୁ!
ଆକାଶ,
ଆକାଶ ବାଟରେ,
ମୁଁ ମାଟିରେ
ସ୍ତମ୍ଭୀଭୂତ।
ଆକାଶ ଆଉ
ମାଟି ଭିତରେ
କିଏ ସବୁ ଏମାନେ!
ଏମାନଙ୍କ ସହିତ
ଅଦ୍ଭୁତ ଭାବରେ
ବିତୁଛି ଜୀବନ।
କେତେବେଳେ ହସ,
କେତେବେଳେ କାନ୍ଦ,
ଶାନ୍ତିର ପତାକା
ଉଡାଇବାକୁ ସଦା
ମୁଁ ବ୍ୟାକୁଳ।
କାହାକୁ କହିବି ଆସ,
କାହାକୁ କରିବି ବିଶ୍ୱାସ!
କିଏ ଦେବାକୁ ଅଛି
ଆଶା ଆଉ ଭରସା।
Bu şiiri puanla
Henüz puan verilmemiş