ପଖନ ପାହାଡ Stone Mountain
G
0
Altın Yaprak
1
କେଁ ସିତ୍ କେଁ ବରଷା
ମନ ରଜା ଜଦରଭି
ଜିବନଟା ଖଁଡ ଖିରସା।
ଦିହେ ଜଦରଭି ନେଇଁ ସୁଖ
ଫୁଲେ ଫୁଲେ ରଖଲେ ଆରୁ
ମହୁରସେ ବୁଡେଲେ ଭି
ମରନ ବାଗିର ଦୁଖ୍।
ସକାଲ ହେତେ ହେତେ
ବେଲବୁଡିଗଲେ କାଁ କରମା
ଅଦନିଆଁ ମେଘ ଘଡଘଡିକେ
କାହାର ହାତ୍?
ପଖନ ପାହାଡ
ଜେନଟା ଜେନ ଅଛେ ଥଉନ
ସଲଖେ ଥିଲେ ହେଲା ଜିବନ।
2
କଷି ବିହିକେ କାଁ ହେଲାଜେ
ତୁଲି ଦଉଛରେ ବଲି ମୋର ମା
ଗାଲି ଦଉଥିଲା ଗୁରଦୁ।
ପହଁତିଆରୁ ଉଠିକରି ଜଉଥିଲୁଁ
ଲେତିବେଟି କେଁପାବୁଢାର
ଆମ୍ ବୁରେକେ ବୁଝିଛେ କେନ୍!
ଜୁରେ କେତେକର ଝୁରି
ଆ ଜା କରୁଥିଲେ
କେନ୍ କରବା ସତ୍ କହେଲେ!
ନେଇଁ ତ ନେଇଁ, ହେଟା
ସବୁନ ବଲି କହିନେଇଁ ହୁଏ
ଜବତକ୍ ନେଇଁ ଅଛେ ଚୁପେଚୁପ୍
ବାଏଲସରିଆ ମାଟିର ଢିପୋ।
Bu şiiri puanla
Henüz puan verilmemiş