ପଚାରୁଛି ରାତି The Night Is Asking
G
0
Altın Yaprak
କେଉଁଆଡକୁ ଗତି?
କୋଉଟା ତଳ
ଆଉ କୋଉଟା ଉପର?
ଉପରୁ ତଳ ଆଉ
ତଳୁ ଉପର ହେଉଛି କିଏ?
କୋଉ କୋଉ ଅବସ୍ଥା
ସବୁ ଅଛି ମଝିରେ?
ଶବ୍ଦ ଅର୍ଥ ସବୁ ବାହାରୁଛି
କେମିତି ପୁଣି?
ସ୍ଥିତି ଖୋଜୁଛି ଗତି
ନା ଗତି ଖୋଜୁଛି ସ୍ଥିତି!
ଗତି ଆଉ ସ୍ଥିତି ଭିତରେ
ରହିଛି ସବୁ ପରିଚିତି।
ଅଣ୍ଡାଳିଲାବେଳକୁ କୋଉଠି
ନାହିଁ କିଛି।
ଦିନ ନୁହଁ,
ପଚାରୁଛି ରାତି।
Bu şiiri puanla
Henüz puan verilmemiş