ସବୁକୁ To All
G
0
Altın Yaprak
ସବୁକୁ
ପାରିଲି ନି ଦେଖି
ପାରିଲି ନି ଜାଣି
ସତ୍ୟ କଣ କୋଉଠି।
ଅସ୍ୱୀକାର କରୁ ନି, ଯାଇ ନ ଥିଲି।
ଶୁଣିଛି ଭାଷା
ଉତୁରି ଆସୁଥିଲା ଯୋଉଟା
ବନ୍ଦ ଥିଲାବେଳେ ଦରବାଜା।
ଚାଲିଥିଲା ଫଟୋଉଠା,
ମୁଁ କିଏ ସେଠି, ଥିଲି କେମିତି,
ନାହିଁ ଜଣା।
ଖୋଜୁଛି ସେ ଜାଗା
ଥିଲି ଯୋଉଠି।
ଅସ୍ତବ୍ୟସ୍ତ ସବୁ ସାଙ୍ଗସରିସା।
ଖଡ୍ଗ ଉଠାଇ କିଏ ଠିଆ,
କାହା ହାତରେ ଫୁଲତୋଡା।
ଜାଣେ, ନାହିଁ ଅର୍ଥ ସେ ସବୁର ଟିକିଏ।
ମୁଁ ନ ଥିଲି, ନୁହେଁ।
ଥିଲି ଯେ କଲି ସବୁ,
ନୁହେଁ ବି ଏମିତି।
13/12/2017
Bu şiiri puanla
Henüz puan verilmemiş