ଦୂରତା ରଖିବାକୁ To Maintain Distance
G
0
Altın Yaprak
କୋକୋବାୟା
ଗଜାନନ ମିଶ୍ର
ଦାଣ୍ଡରେ ହାଟରେ
ବନ୍ଧୁ ପରିଜନ ପାଖରେ
ହାତ ପାଦ ଧୋଇ
ପଶେ ଘରେ।
ନ ନେ ନ ନେରେ
କୋକୋବାୟା ନ ନେ
ଧନମଣି ମୋର
ପିଉଚି ଦୁଧ ସେରେ।
ଗୋବର ଲିପା
ହେଉଛି ଅଗଣାରେ
କୁକୁଡା କଁକ୍ ରେ।
କାଉ କା ପୂର୍ବରୁ
ଗାଧୁଆପାଧୁଆ ସାରି
ଘିଅଦୀପ ଜାଳି
ଦେଉଛି ଢାଳି
ମନ ବୁଦ୍ଧି ଚେତନ
ସବୁ ସୁନ୍ଦରାକାଣ୍ଡରେ।
ଆରେ ହଁରେ
ଘୁଂଚି ଠିଆ ହ ସେଆଡେ।
ଛୁ ମନ୍ତର କହି
ହେଉ ନି ଯାଇ
ଏ ମାଟି ଛାଡି ଅନ୍ୟଆଡେ।
ଛୁଅଁ ନା ମତେ
କଣ ନାଇଁ କଣ ଲାଗିଥିବ
ପାଦେ ହାତେ।
ଦୂର୍ ହ କହୁ ନି
କହୁଛି ଦୂରତା ରଖିବାକୁ
ବଂଚିବା ପାଇଁ।
ଆରେ ନାଇଁରେ ତୋର ଏ
କୁକୁରମୁତାଜ୍ଞାନର କାମ ନାଇଁ
ଅସଲ ଜୀବନ-ପରୀକ୍ଷାରେ ।
ତପୋବନ, ଟିଟିଲାଗଡ, ବଲାଙ୍ଗୀର
09/04/2020
Bu şiiri puanla
Henüz puan verilmemiş