Two Poems In Odia Language-ପାଉଁଶ ଗଛ, ସବୁ ମିଥ୍ୟା
G
0
Altın Yaprak
1.
ପାଉଁଶ ଗଛ,
ଜିତ କି ହାର
କହିବ ସତ,
କରିଛ କଣ
କାହା ପାଇଁ କେତେ।
ରହିଛ କୋଉଠି
କାହା ସହିତ,
ଖୋଲା ନା ଠିଲା,
ନିଦା ନା ପୋଲା,
ଦେଖାଇବ ଝର୍କା।
ଆଉ ଯାହା ରହିଲା
ସୂତ୍ର ଧରାଇ ଯିବ
ଜୀବନର ବାସ୍ନାରେ
ଗୀତ ଗାଇ ଗାଇ।
2.
ପୂର୍ବକାଳ ପରକାଳ
ଆଗପଛ ଚିରକାଳ।
ବର୍ଷମାସ ପକ୍ଷଦିନ
ସଦା ଜୀବନ ହୀନିମାନ।
ମର କି ତର, କି କାର୍ଯ୍ୟ!
ଯାହା ଦୁଃଖ ତାହା ସୁଖ
କହିବାକୁ ପଦ ନୁହଁ ଯୋଗ୍ୟ।
ପାଖେ ପାଖେ ଆତ୍ମବୈରୀ ସଦା
ଶବ୍ଦକୁ ଶବ୍ଦ ଜଳୁଛି କାୟା
ନାହିଁ କୋଉଠି ଛାୟା।
କି କଥା କି କଥା ସବୁ ଅଯଥା,
ସତ୍ୟ ସତ୍ୟ ଯେତେ କହିଲେ ବି
ସବୁ ମିଥ୍ୟା ମିଥ୍ୟା ମିଥ୍ୟା,
ନ ଜାଣି ଖାଲି ଘୂରୁଛି ମଥା।
Bu şiiri puanla
Henüz puan verilmemiş