କଣ ଚାହାନ୍ତି ଏମାନେ What They Want
G
0
Altın Yaprak
ଏ ଲୋକମାନେ
ଗଜାନନ ମିଶ୍ର
କଣ ଚାହାନ୍ତି ଏମାନେ
ଏ ଲୋକମାନେ!
ଯେତେ ଯାହା ଦିଆନିଆ
ହେଲେ ବି ପଛରୁ
ଛୁରୀ ମାରିବାରେ
ବ୍ୟସ୍ତ ଏମାନେ!
କଣ ଚାହାନ୍ତି ଏମାନେ
ଏ ଲୋକମାନେ!
ଭଲକୁ ମନ୍ଦ
ମନ୍ଦକୁ ଭଲ କହିବାରେ
ବେଶ୍ ପାରଙ୍ଗମ ଏମାନେ!
ଅଜ୍ଞାନୀ ଏମାନେ?
ଦିଶୁ ନାହାନ୍ତି ସେମିତି ତ!
ଏକୁଆରେକ ବଳି ଏ ଲୋକମାନେ!
ତପୋବନ, ଟିଟିଲାଗଡ, ବଲାଙ୍ଗିର
27/10/2019
Bu şiiri puanla
Henüz puan verilmemiş