ପରିଚୟ ତୁମ କାହିଁ? ? Where Is The Identity? ?
G
0
Altın Yaprak
ମଣିଷକୁ ଚିହ୍ନ ମଣିଷକୁ ଚିହ୍ନ
ମଣିଷକୁ ଚିହ୍ନ ଭାଇ।
କୋଉ ସ୍ୱାର୍ଥରେ କେତେବେଳେ କିଏ କୁଆଡକୁ ନେଇ
ଦେବେ ଶୁଖିଲା ନଈରେ ଭସେଇ।
ମଣିଷକୁ ଚିହ୍ନ ମଣିଷକୁ ଚିହ୍ନ
ମଣିଷକୁ ଚିହ୍ନ ଭାଇ।
କଥା ଓ କାମର ଫରକ ଦେଖାଇ
ମାଟି ମାକୁ ମାରି, ଦାବି କରି ନେବେ ନିଜ ନିଜ ବାହାଦୁରୀ।
ମଣିଷକୁ ଚିହ୍ନ ମଣିଷକୁ ଚିହ୍ନ
ମଣିଷକୁ ଚିହ୍ନ ଭାଇ।
ମଣିଷ ଭିତରେ ମଣିଷତ୍ୱ ଇ ନାଇଁ,
ବେପାରୀବୁଦ୍ଧିରେ ମାତୃଭାଷା ପୋଡି
ଧ୍ୱଂସ କରିଦେବେ ସକଳ ଶିରି।
ମଣିଷକୁ ଚିହ୍ନ ମଣିଷକୁ ଚିହ୍ନ
ମଣିଷକୁ ଚିହ୍ନ ଭାଇ।
ଏଠି ଯିଏ ଆଜି କାଲି ସିଏ ସେଠି
ଠିକ୍ ଠିକଣା ଇ ନାହିଁ।
ପରିଚୟ ତୁମ କାହିଁ?
ପରିଚୟ ତୁମ କାହିଁ? ?
Bu şiiri puanla
Henüz puan verilmemiş