ବିରହ ର ବର୍ଣମାଳା: 09- ତୁମ ନୀଳ ନୀଳ ଛୁଆଁ
S
0
Altın Yaprak
ତମେ ମୋର
ରକ୍ତ ରେ ରକ୍ତ ରେ
ବୁହାଇଛ ସଂପର୍କ ର ମୋହ,
ପ୍ରଣୟ ର ସ୍ୱପ୍ନ ଭିଜା
ଶିରା ରେ ଶିରା ରେ
ବଞ୍ଚିବା ର ଦୁନିର୍ବାର ମୋହ ।
ଅସ୍ଥି-ଅସ୍ଥି,
ମଜ୍ଜା ରେ ମଜ୍ଜା ରେ
ତୁମ-ଗତ
ପ୍ରାଣ ରେ ପ୍ରାଣ ରେ
ମାଟି, ପାଣି, ଆକାଶ ରେ,
ତୁମେ ମୟ ଏ ସାରା ବିଶ୍ୱ ରେ
ଖାଲି ତୁମେ,
ଖାସ୍ ତୁମ
ସ୍ମୃତି, ଅନୁଭୂତି, ଅଭିବ୍ୟକ୍ତି ।।
ଏବେ ଖାଲି
ଏଇ ମୋର
ଆଖି ଆଉ ଅକ୍ଷର ରେ
ତୁମ ପରିଚୟ.
ସ୍ୱପ୍ନ ଆଉ ସଙ୍କେତ ର
ସାରା ବ୍ୟାପ୍ତି,
ସୀମା ସରହଦେ-
ଏବେ ଚରିଯାଏ ନୀଳ,
ଭରିଯାଏ
ମୋ ସାରା ଜଗତ-
ନୀଳ ନାଳ ଛୁଆଁ ରେ ତୁମର।।
Bu şiiri puanla
Henüz puan verilmemiş