କିଏ କରୁଛି କଣ Who Is Doing What
G
0
Altın Yaprak
ଛାଡିବି ଘର,
ଛାଡିବି ଇଷ୍ଟ ବନ୍ଧୁ ବର୍ଗ।
ଆଉ ବୁଲିବି,
ବୁଲିବି ସବୁଆଡ,
ଦେଖିବି ଜଗତ।
କିଏ କରୁଛି କଣ
ଜାଣିବାକୁ ଇଚ୍ଛା ମୋର।
କିନ୍ତୁ ମୁଁ ଭକୁଆ,
ଭକୁଆ ମୁଁ ଏଠି
ନ ଜାଣି ବେଳକାଳ
ମାପୁଛି ତଳାତଳ।
ଜାଣେ ନା କ୍ରିୟାକର୍ମ
କାହାର ଆଉ କଣ ପାଇଁ।
ଆଚାର ବେଭାର ଜଣା ନାଇଁ।
ସକାଳେ ସନ୍ଧ୍ୟାରେ
ମାପୁଛି ନିଜକୁ, ପଚାରୁଛି
କୋଉଠି ପହଂଚିଲ ସାଇଁ।
ବୁଦ୍ଧିବଳ ପରଖିବାକୁ
ନାହାନ୍ତି କେହି।
ବିକାର ଚିତ୍ତ,
ସଂଶୟ, ଅହଙ୍କାର,
ସବୁ ମୋଠି ଠୁଳ।
ଭୋଗରାଗ ନ ପାଇ
ହେଉଛି ଆକୁଳ।
ହୋଇଛି ବାତୁଳ
ସରି ନି ଖେଳ।
ଯୋଉଠି ଯେତେ
ଅବୁଝାମଣା, ମୁଁ ଇ
ସବୁରି ମୂଳ।
ସବୁ ଅଚଳ।
ଦୋଷାଦୋଷରେ
ଉଡିବୁଡି ମୁଁ କାକୁସ୍ଥ।
Bu şiiri puanla
Henüz puan verilmemiş