ପତ୍ର ସହିତ With The Leaf
G
0
Altın Yaprak
ଆଉ ହେଲା କଣ?
ହେଲା ଯାହା,
ସେଥିରେ ପଡିଲା ପତ୍ର।
ଉଡିଲା ପତ୍ର,
ଉଡିଲା ଆଉ ଯାହା ଯାହା
ପତ୍ର ସହିତ।
ପତ୍ର ପଡିଲା,
କଥା ବଢିଲା।
କଥାରେ ରହିଲା
ରଙ୍ଗ ରୂପ।
ଏୟା ହେଲା,
କଥା ପଡିଲା ମାତ୍ରେ
ଯେ ଯୋଉଠି ଥିଲେ
ଉଠିଲେ ଆଉ ଗଲେ।
ଏୟା ହେଲା,
କହିଲେ ନି ବି ନମସ୍ତେ
ସାମାନ୍ୟ ସୌଜନ୍ୟତା
ପାରିଲେ ନି ଦେଖାଇ।
ଆଉ ଚୁମ୍ୱକରେ
ନାଁ ଗାଁ ଟିପିଲେ
ନ ଥିଲା ଯାହା ସବୁ କୋଉଠି।
କହିଲେ ନି କେହି କିଛି,
ଆଉ ଉଠିଲେ, ଗଲେ,
ଅନ୍ଧାରରେ ଅନ୍ଧାରରେ।
ରହିଲା ଅନ୍ଧାର,
ଅନ୍ଧାରରେ ଆମେ ସମସ୍ତେ।
Bu şiiri puanla
Henüz puan verilmemiş