ଖରା (Khara- Odia Poem)
S
0
Altın Yaprak
ଶୀତ ଦିନେ
ତୋ ସାଥୀ ରେ
ମଲ୍ଲ ଯୁଦ୍ଧ
କରିବାକୁ ମନ ହୁଏ,
ବର୍ଷା ଦିନେ,
ତୋ ସାଥୀ ରେ
ଖେଳିବା କୁ
ଲୁଚୁକାଳି ଖେଳ ।।
ହେଲେ କିନ୍ତୁ ଖରାଦିନେ-
ତୋ ସାଥୀ ରେ
କରିବାକୁ ଇଚ୍ଛା ହୁଏ
ସନ୍ଧି ପତ୍ର ରେ ସ୍ୱାକ୍ଷର ।।
ତୁ କିନ୍ତୁ
ସବୁ ଦିନେ,
ସବୁ ବେଳେ
ଦେଖେଇ ହେଉ ଯେ-
ତୁ କାଳେ
ଭାରି ସାମ୍ୟବାଦୀ,
ସମସ୍ତଙ୍କ
ଏକାନ୍ତ ନିଜର ।।
Bu şiiri puanla
Henüz puan verilmemiş