ଲେଖିଦିଅ କବିତା Write Down Poem
G
0
Altın Yaprak
1.
ହୁଏ ନି ଆଉ ଫେରି,
ଯାଇ ସାରିଲା ପରେ ଥରେ
ବହୁତ ଦୂରକୁ,
କୋଉଠୁ କୋଉଜାଗା କେତେଦୂର
କେହି ପାରନ୍ତି ନି କହି,
ଥାଆନ୍ତି ଠା ମାଡି,
ଠା ଇ ନ ଥାଏ
ଦେଖିଲାବେଳକୁ।
2.
ହେଉ ହେଲା, ହେଲା ଲୋ ହେଲା,
ଖା ଏବେ ଦହିବରା।
ହେଲା, ହେଲା ଲୋ, ହେଲା,
ଯା ଦେଖି ଯାତରା।
ଯାତରା ଦେଖି କରିବୁ କଣ?
ସେଇଠି କି ମିଳେ ଜହ୍ନ!
ଜହ୍ନିଫୁଲ ଠୋ ଠା,
ବାହାଘର ଯିବୁ, ପିନ୍ଧ ମଠା।
ପିନ୍ଧ୍ ଲୋ ପିନ୍ଧ୍,
ହ ରେଡି, କହିବାକୁ ଜୟ ହିନ୍ଦ୍।
3.
ତୁମେ ସିଂହ ଛୁଆ
ଝାଡିଝୁଡି ହୋଇ ଉଠ,
ସମସ୍ତେ ହେବେ କୁଆବୁଆ।
ଯେଉଁମାନେ ଭାବୁଥିଲେ ଭକୁଆ
ଏବେ ଖୁଂପିବେ ତାଙ୍କୁ ଶାଗୁଣା କୁଆ ବିଲୁଆ।
4.
ଲେଖିଦିଅ ଦି ଧାଡି
ହୋଇଯାଅ କବି,
ବାଣ୍ଟିଦିଅ ପ୍ରେମପ୍ରୀତି
ଚିହ୍ନିରଖ ପ୍ରକୃତି
ହୋଇଯାଅ କବି।
ହୋଇଯାଅ କବି,
ଲେଖିଦିଅ କବିତା,
ମଣିଷ ପାଇଁ ଦିଅ
ଫିଟାଇ ନୂଆ ରାସ୍ତା।
ଉକୁଟି ଉଠୁ ଫୁଲଫଳର
ନୂଆ ସମାଜ, ସଭ୍ୟତା,
ଲେଖିଦିଅ କବିତା,
ଆଉ ସେଇ କବିତା ପଢି
ମଣିଷ ହେଉ ସୁନ୍ଦର ଦେବତା।
ହସୁ ଏ ଧରା,
ଲେଖିଦିଅ କବିତା
ସବୁ ସବୁ ସମସ୍ତେ
ସମସ୍ତେ ଏଠି ମଧୁକ୍ଷରା,
ଜାଣିରଖ ଭ୍ରାତା।
Bu şiiri puanla
Henüz puan verilmemiş