ତୁମକୁ ଭେଟିବା ପରେ -018 (Tumaku Bhetiba Pare -18 / Odia Poem)
S
0
Altın Yaprak
କେତେଦିନ
ଆସିଛ ବା ତମେ
ମୋ ଜୀବନ ଚଲାପଥ ଧାରେ,
କେତେଥର
ଆସିଚ ବା ତମେ
ମୋ ରାତିର ସପନ ଶେଯ ରେ?
କେତେ ଅବା
ଭିଜାଇ ପାରିଛ
ମୋ ଛାତିକୁ ତୁମ ଆଖି ଲୁହେ,
କେତେ ବାର
ଫିଟାଇ କହିଛ
ମନ କଥା, ଉବୁଟୁବୁ କୋହେ?
ତମ ସହ
ଭେଟ ହେଲା ପରେ
ଅଳ୍ପ କେଇ ସପ୍ତାହ ଯାଇନି -
ତମେ କିନ୍ତୁ
ପାଲଟି ଗଲଣି
ସବୁ କିଛି, ମୋ ମନ ର ରାଣୀ!
Bu şiiri puanla
Henüz puan verilmemiş