ତୁମକୁ ଭେଟିବା ପରେ -028 (Tumaku Bhetiba Pare -28 / Odia Poem)
S
0
Altın Yaprak
ତମେ କ'ଣ
ମୋ'ର ସେଇ
ପିଲାବେଳ ସପନ ର
ଟିକି ନୀଳ ପରୀ?
ଯିଏ ଆସୁଥିଲେ ଆଣୁଥିଲା
ଫୁଲ, ଫଳ, କୂହୁତାନ,
ବାଦଲ, ଜୋଛନା!
ଆଉ ଯିଏ
ଲୁଚି ଗଲେ ଥରେ
ଜୀବନରୁ ହଜି ଯାଉଥିଲା
ଆଶା ଆଉ ଆଲୋକ ର
ବିଭୋର ମୂର୍ଛନା ।
କୁହ ପ୍ରିୟତମା!
କୁହ ମୋ'ର ଟିକି ରାଜ ଜେମା? ?
Bu şiiri puanla
Henüz puan verilmemiş