ତୁମକୁ ଭେଟିବା ପରେ -030 (Tumaku Bhetiba Pare -30 / Odia Poem)
S
0
Altın Yaprak
ତମେ ସ୍ବପ୍ନ ଦେଖୁଥାନ୍ତ
ମଥା ଥାପି ମୋ ଛାତିରେ
ଆଖି ରଖି ଦୂର ଚକ୍ରବାଳେ
ସେଇ ଦୂରେ, ଝରକା ସେ ପାରେ
ଯେଉଁ ଠାରେ
ଆକାଶ ଚୁମୁଛି ମାଟି -
ଗୋଲାପି ଓଠରେ ।
ଓଠ ଯୋଡ଼ି ଦେଇ ତମେ
ମୋ କାନ ରେ
ଧୀରେ ଧୀରେ କହୁଥାନ୍ତ
' ଶୁଭ ବଡ଼ ଦିନ! '
ଭରି ଦେଇ
ନୀଳ ଶିହରଣ
ମୋ ଦେହର ସାରା ଉପତ୍ୟକା
ମନ, ପ୍ରାଣ, ଆତ୍ମା ଉପବନ! !
Bu şiiri puanla
Henüz puan verilmemiş