ତୁମକୁ ଭେଟିବା ପରେ -032 (Tumaku Bhetiba Pare -32/ Odia Poem)
S
0
Altın Yaprak
ତୁମକୁ ମୁଁ ଭେଟିବା କୁ ଆସି
ଆଜି ସେଇ ଧୂସର ବେଳା ରେ
ତୁମକୁ ପାଇଲି ନାହିଁ
ଯଦିବା ଥିଲ ତୁମର ଆପଣା କକ୍ଷରେ,
ଭାବୁଥିଲି, ପହଞ୍ଚିବା ପରେ ଖାଲି
ତୁମକୁ ଭେଟିବି ।।
ଆଉ କାହା ଆଖି, ମୁହଁ, ଦେହ
ମୋ ଆଖିରେ ପଡ଼ିବା ଆଗରୁ
ତୁମ ନୀଳ ଚାହାଣୀ ରେ
ନିଜକୁ ଧୋଇବି-
ପହିଲେ ଧୋଇବି ମୋ'ର
ଭିତରର ଧୂଳି ଧୂସରିତ
ସ୍ମୃତି ଆଉ ଛାତି ଗାଲିଚା କୁ! !
Bu şiiri puanla
Henüz puan verilmemiş