ତୁମକୁ ଭେଟିବା ପରେ-039 (Tumaku Bhetiba Pare-39/ Odia Poem)
S
0
Altın Yaprak
ତମକୁ କାହିଁକି ଏେତ
ଭଲ ପାଇଗଲି?
ପହିଲି ଛୁଆଁ ର ବେଳେ
ତୁମ ନୀଳ ଚାହାଣୀ ରେ
ମୋ ନିଜକୁ ଏକାବେଳେ
ହଜାଇ ବସିଲି? ?
ତୁମକୁ ଭେଟିବା ଆଗୁଁ
ଏମିତି ନ ଥିଲା ।।
କେହି ବୋଲି କେହି ଜଣେ
ଏତେ ବେଶୀ
ନିଜର ନ ଥିଲା..।।
ତୁମ ଭସା ଭସା ଆଖି
ନୀଳ ଚାହାଣୀ ର
ଯାଦୁକରୀ ଛୁଆଁ
କି କିମିଆ କଲା...
ପଲକ ରେ
ବାର ବର୍ଷ ବିରହ ର
ଅବସାନ ହେଲା..।।।
Bu şiiri puanla
Henüz puan verilmemiş