ମିଳନ ର ରଙ୍ଗ- 39 (Milana Ra Ranga -039/Odia Poem)
S
0
Altın Yaprak
ତମ ଠାରେ
ଯାହା କିଛି
ଅଛି ସେ ମୋହର,
ଏମିତି ଲାଗୁଛି ଏବେ ସବୁବେଳେ,
ତମ ଠାରୁ ନାହିଁ ମୋର
ଲୁଚାଇବା ପାଇଁ
ଏବେ ଆଉ କିଛି କେତେବେଳେ ।।
ଦୁନିଆ ଆଖିରେ ତମେ
ଆଉ ଜଣେ ସିନା-
ମୋ ଆଖି ରେ
ତମେ ନୁହଁ ପର,
ତମକୁ ଦେଖିଲା ମାତ୍ରେ
ଲାଗୁଛି ଏମିତି
ସତେ ଅବା
ତମେ ସତେ
ଗୋଟାପୁଣି ମୋର-
ତୁମ ପରେ ରହିଚି ମୋ ଅବା
ଜନ୍ମ ଜନ୍ମ ଐକାନ୍ତିକ,
ନୀଳ ଅଧିକାର ।।
Bu şiiri puanla
Henüz puan verilmemiş