ଛାଇ (2)
B
0
Altın Yaprak
ମୁଁ ଚମକି ପଡେ
ଯଦି କେବେ
ମୋ ସାଥେ ସାଥେ ଚାଲୁ ଥିବା
ଛାଇ ଟି ଅଚାନକ ଉଭାନ ହୋଇ ଯାଏ
ଏ ଦିଗ ସେ ଦିଗ ହୋଇ
ମୁଁ ସେ ଛାଇଟିକୁ ଖୋଜିଯାଏ
ମୋ ପାଇଁ
ଛାଇ ଟି ଆଲୋକର ଅନୁପସ୍ଥିତି ନୁହେଁ
ବରଂମୋ ଚତୁର୍ଦିଗେ ଆଲୋକର ଉପସ୍ଥିତି
ସୂର୍ଯ୍ୟ ଯେବେ ମଥାରେ ଝଲାସେ
ଛାଇଟି ମୋ ଭିତରେ ଏକାକାର ହୋଇଯାଏ
ପୁଣି ଅମା ଅନ୍ଧାରରେ ଲୁଚି ଯାଇ
ମୋତେ ଚମକାଉ ଥାଏ ବାରମ୍ବାର
Bu şiiri puanla
Henüz puan verilmemiş