ତିକ୍ତ ଅନୁଭୂତି-୪ (Bitter Experience-4)
D
0
Altın Yaprak
ଦିନେ ବାପାଙ୍କର
ଖାଇବା ବିଳମ୍ବ ହେବାଯୋଗୁ
ମୋ ବୋଉକୁ ବଡ଼ ପାଟିରେ
ଗାଳି କରିବାକୁ ଲାଗିଲେ
ମୁଁ ବୋଉ ସପକ୍ଷରେ ଯାଇ
ବାପାଙ୍କୁ କହିଲି କାହିଁ
ଅଯଥାରେ ଚିଲାଉଚ?
ମୋ ବୋଉ ରୋଷେଇଘରୁ
ଦୌଡ଼ି ଆସି ଶକ୍ତ ଚଟକଣୀ ଟେ
ମୋ ଗାଲରେ ଥୋଇଦେଲା!
ସେଇ ଦିନ ଠୁ ମୁଁ
କାନ ଆଉଁସି ହେଇ
ବାପାଙ୍କ ଦୋଷ ଧରିବା
ଭୁଲିଗଲି!
Copyright@ Dillip K Swain
Bu şiiri puanla
Henüz puan verilmemiş