ପିଲାଦିନ- ୮ (Childhood-8)
D
0
Altın Yaprak
ପିଲାଦିନ- ୮ (Childhood-8)
ସପ୍ତମ ଶ୍ରେଣୀରେ
ପଢ଼ୁଥିବା ବେଳର କଥା!
କାକଳି ମୋତେ
ଭାରି ଭଲପାଉଥିଲେ ସତେ!
ସେଦିନ ଗଣେଶ ପୂଜା ଥିଲା
ଆମେମାନେ ରଙ୍ଗ ବେରଂଗ
ପୋଷାକ ପିନ୍ଧି ସ୍କୁଲକୁ ଆସିଥାଉ!
କାକଳି ସେଦିନ କୃଷ୍ଣଚୁଡା ରଙ୍ଗର
ପୋଷାକ ପିନ୍ଧି ଆସିଥିଲେ!
ମୁଁ କହିଲି:
ସତରେ କାକଳି, ଏ ଡ୍ରେସଟି
ଟିମକୁ ଭଲ ମାନିଚି!
କାକଳି ଲାଜେଇଗଲେ
ନିଜକୁ ତଳୁ ଉପର ଦେଖିଲେ
ଆଉ ମୋ ସାମ୍ନାରୁ ଚାଲିଗଲେ!
ପିଲାଦିନର ଏମିତିକା କଥାସବୁ
ମନେପଡ଼ିଯାଏ
ଆଉ ଭାରି ଖୁସିଲାଗେ!
ପିଲାଦିନ!
Copyright @ Dillip K Swain
Bu şiiri puanla
Henüz puan verilmemiş