ପିଲାଦିନ- ୯ (Childhood-9)
D
0
Altın Yaprak
ସେଦିନ ଗଣେଶ ପୂଜା ଥିଲା
ଆମେମାନେ ରଙ୍ଗ ବେରଂଗ
ପୋଷାକ ପିନ୍ଧି ସ୍କୁଲକୁ ଆସିଥାଉ!
ଚୁଡାଘସା, ଡାଲ୍ମା ଓ ଖଟା
ଭୋଜିଖାଇ ଆମେ ସବୁ
ପ୍ରଫୁଲ୍ଲିତ ଓ ଉଲ୍ଲସିତ ହେଉଥିଲୁ!
ଡାଲ୍ମା ପରସିବାର ଦାଇତ୍ୱ
ଦିଆଯାଇଥିଲା ମୋତେ!
ଟିକେ ଅଧିକ ଡାଲ୍ମା
କାକଳିଙ୍କୁ ଦେଉ ଦେଉ
ଛିଟିକି ପଡିଲା ତାଙ୍କ ଉପରକୁ କିଛି
ଆଉ ଲାଗିଗଲା ତାଙ୍କ ପୋଷାକ ଉପରେ!
କାକଳି ଖାଇବା ପତ୍ରରୁ ଉଠିଗଲେ,
କିନ୍ତୁ ପୁଣି ଆସି ଖାଇଲେ!
ପିଲାଦିନର ଏମିତିକା କଥାସବୁ
ମନେପଡ଼ିଯାଏ
ଆଉ ଭାରି ଖୁସିଲାଗେ!
ପିଲାଦିନ!
Copyright @ Dillip K Swain
Bu şiiri puanla
Henüz puan verilmemiş