ପୁଣି ଆରମ୍ଭ Again Start
G
0
Altın Yaprak
ଏ ବାଲି
ଗଜାନନ ମିଶ୍ର
ଏ ବାଲି
ଆଉ ଏ ବାଲିରଥ
ଆଉ ଏ ବାଲିଯାତ୍ରା
ସବୁରି ଉପରେ ମୋର
ଲେଖିବାର ଥିଲା
ଗୋଟେ କବିତା
ଆଉ ସେ କବିତାର
ଭାବଭଉଁରୀରେ
ଘୂରିବାର ଥିଲା
ଘୂରି ଘୂରି ମୋର
ଦେଖିବାର ଥିଲା
କାରଣ ଅକାରଣ ସବୁ
ଆଉ ପରଖିବାର ଥିଲା
ଗଗନପବନକୁ
ମୁଖରିତ କରୁଥିବା ଘଣ୍ଟ
ମୃଦଳ ତୁରୀ ଶଙ୍ଖଧ୍ୱନୀ
ଆଉ ହୁଡିବାରଥିଲା
ବାଟଅବାଟ
ହୁଡି ପୁଣି ଦଉଡିବାର ଥିଲା
ଅଭଙ୍ଗା କଣ୍ଢେଇର ମନରେ
କହିବାର ଥିଲା ଆଉଥରେ
ଆସିଲେ ପୁଣି ଆରମ୍ଭ
କରିବି ମୋର ଖେଳାବୁଲା
ଏଇ ବାଲିରେ
ବାଲି ହୋଇ ବାଲିରଥରେ
ଅହର୍ନିଶ ଚାଲିଥିବା
ବାଲିଯାତ୍ରାରେ।
ତପୋବନ, ଟିଟିଲାଗଡ, ବଲାଙ୍ଗିର
12/11/2019
Bu şiiri puanla
Henüz puan verilmemiş