ପୁଅ Son
G
0
Altın Yaprak
ପୁଅ
1.
ଏତିକିରେ ହେବ ସେତିକିରେ ହେବ
କହ ନା ।
ଯାହା ବି କର୍
ଭାବି ଚିନ୍ତି କର୍ ।
ଆଉ ମନେରଖ,
ସମୁଦ୍ରର ବାଲିଗଦା ଭିତରୁ
ବାଲିକଣାଟିଏ ବି କରି ନୁ ।
ତୁ କିଏ ପୁଅ?
ପଡିବ ଜାଣିବାକୁ।
ଆଉ ବି ଜାଣିବାକୁ ପଡିବ
କଣ ପାଇଁ ଆସିଛୁ ଏଠିକୁ।
କହିବାକୁ ପଡିବ ଆଉ
ଦେଖେଇଦେବାକୁ ହେବ
ତୋର ତେଜ ସୂର୍ଯ୍ୟ ପରି।
ଆସିଛୁ ଅନ୍ଧାର ଚିରି।
2.
ଆକାଶ ତୋର ପୁଅ,
ଅଛୁ ତୁ ଜିଣିବାକୁ ଆକାଶ।
ଜିଣିବାର ଆନନ୍ଦ ଅଛି ତୋଠି,
ଅଛି ବି ହାରିବାର ସୁଗନ୍ଧ।
ନୁହେଁ କିଛି ଛୋଟ,
ନୁହେଁ ଜଟିଳ ବି।
ଭଲ ହେଉଛି ଭଗବାନ,
ଭଗବାନ ନ ହୁଅନ୍ତୁ ପଛେ
ଭଲ।
ଜୀବନ ସଂଗ୍ରାମରେ ତୁ ।
Bu şiiri puanla
Henüz puan verilmemiş