ଅସୁର ସବୁ All Demon
G
0
Altın Yaprak
ଗୁଟେ ଆଏ
ଗଜାନନ ମିଶ୍ର
ଲଁକାର ସଭେ
ଗୁଟେ ଆଏ
ଅସୁର ସବୁ।
ଖଟ ପିଲାନୁ
ପେଟ ପିଲାତକ୍
ଗୁଟେ ଆଏ।
ଲଟକେଇ ହେଲେ
ହେଟା, ଘିଚି
ନେବେନ ପୁଟାଅଁତି।
ଜାନି ନି ପାର
ବଁଚି ଆଏବ
କେନ୍ତାକରି!
ହେତାକର ନାଁ ଧରଲେ
ଜିରେ ଭି ନେଇଁ
ପେଟର ଭାତ୍।
ଅସଗୁନିଆଟା ମାନେ
ମୁଡ କେତେଟା
ଗୋଡ କେତେଟା
କେନ ଜାନସି ଗୁନେ।
ମରମି ବଏଲେ ଭି
ମରି ନେଇଁପାରନ
ଜାନି ଥ ମନେ।
ହିଁସା ଅଁହକାରେ
ଜିଉଁଛନ ହେମାନେ
କାଣା ହେବେ କେନଜାନେ!
ମଲୀଫୁଲକେ
ବାହାନୁଛନ ଆର
ଦଉଛନ ଦଲି ଚୁଛାକେ।
ମୁନୁସ ବଲବ କେଁ
ହେନ୍ତାଥି ହେମାନକେ!
ତପୋବନ, ଟିଟିଲାଗଡ, ବଲାଙ୍ଗିର
27/10/2019
Bu şiiri puanla
Henüz puan verilmemiş