ସମୟ ର ସ୍ୱର - 03 (The Voices Of Time-03/ Odia Poem)
S
0
Altın Yaprak
ତୁମ ସ୍ମୃତି ବିସ୍ମୃତି ର
ଦୂର ଚକ୍ରବାଳେ
ଟକ୍ ମକ୍ ଫୁଟୁଥାଏ
ମୋ ଅବ୍ୟକ୍ତ
ତୃଷ୍ଣା ର ସାଗର,
ତମେ କିନ୍ତୁ ଛପିଥାଅ
ସାତ ତାଳ ପାଣି ପଙ୍କ ତଳେ
ଜୀବନ ପେଚିକା ପରି
ଦୁଷ୍ଟ ଅସୁର ର ।।
ସେ ପାରି ର ଡାକ
ଭାସି ଆସେ
ଅଧା ରାତି, ଅଧା ଜହ୍ନ,
ପାଉଁଶିଆ, କୁହୁଡିଆ
ଶୀତଳ ପବନେ ।।
ମରଣ ର ମତୁଆଲା ସ୍ୱର
ମଧୁଗୀତି, ଭିଜୁଥାଏ
ଜୀବନ କୁଞ୍ଜ ରେ
ଦରଦିଆ
ବଂଶୀ ସ୍ୱନେ ସ୍ୱନେ ।।
Bu şiiri puanla
Henüz puan verilmemiş