ସବୁ ଆକାଶall Sky
G
0
Altın Yaprak
ସବୁ ଆକାଶ
ଗଜାନନ ମିଶ୍ର
ଦୃଶ୍ୟ ଦେଖିବ?
କୋଉ ଦୃଶ୍ୟ!
ଆସ।
ଦୃଶ୍ୟରେ
ସବୁ ଆକାଶ।
ଫୁଲର ବାସ,
ଶିଶୁର ହସ।
ଆସ।
ଯାଉଛି ବାହାରି
ଦୀର୍ଘନିଃଶ୍ବାସ ।
ପଚାର ନା
ବୟସ।
ନାହିଁ କିଛି
ହେବାକୁ ଶେଷ।
ଜାତି ଗୋତ୍ରରୁ
ମିଳିବାର ନାଇଁ
କିଛି।
ଦେଖିବାର ନାଇଁ
ପଛ ବିଲ
ହୋଇ ନି
ଯୋଉଠି ଚାଷ।
ଅଛି ଯେତିକି ଯୋଉଟା
ମହାଶୟ, ଥାଉ
ସେତିକିରେ ସେଇଟା।
ଆଉ ଗଡୁଥାଉ
ଜୀବନ ଦାଣ୍ଡରେ
ନନ୍ଦିଘୋଷ।
2.
ଡେଣା ଅଛି ମୋର
ଆଉ ମୁଁ ଆପେ
ଉଡିବି ସମୟ ଆସିଲେ
ଇଚ୍ଛା ଯୁଆଡେ।
ଆଉ ବସିବି ଘଡିଏ
ସୁବିଧା ଦେଖି
କହିବାକୁ ହାଲ ହିସାବ
ଏତିକି ସେତିକି।
ତଳ ଉପର ପଲାରେ
ନାଇଁ କିଛି କରିବାର
ରଙ୍ଗ ଟିକିଏ ପାରିଲେ
ବୋଳିହୋଇ ଦିଶିବ ଅନ୍ଧାର।
Bu şiiri puanla
Henüz puan verilmemiş