ବିରହ ର ବର୍ଣମାଳା: 07- ଅଧା ଅଧା ଗୀତ ର ସ୍ୱପ୍ନ
S
0
Altın Yaprak
ତୁମେ ଯେବେ ଥାଅ ଦୂରେ ଦୂରେ
ଅବା ମୋର ଆତ୍ମା ରେ, ଅନ୍ତରେ-
ମାଟି, ପାଣି, ପବନ ରେ
ନୀଳ ନୀଳ ସାଗରେ ବା
ଆକାଶ ର ଅନ୍ତ ହୀନ
ନୀଳ ଆକାଙ୍ଂକ୍ଷା ରେ
ଅବା ଏଇ ସମୟ ର
ଏ ପାରେ, ସେ ପାରେ -
ତୁମକୁ ମୁଁ ଭୂଲିବା ର
ପୂର୍ବ ମୂହୁର୍ତ୍ତ ରେ ।
ତୁମେ ଆସ
ଆଉ ଥରେ ପୂନର୍ଜନ୍ମ ନେଇ,
ପୁନ8ପୁନ8 ଜାଳି
ମୋର ମଶାଣି ରେ
ମୋ ଦେହ ର ସବୁ ଯାକ
ଅଧାଲେଖା ଗୀତି,
ମୋ ମନ ର ଅବଶିଷ୍ଟ
ଅଧା ଲେଖା ସ୍ମୃତି,
ଆଉ ଥରେ ମୋ ଭିତରେ
ବାର ବାର ଆତ୍ମା ରେ ଆତ୍ମା ରେ ।।
Bu şiiri puanla
Henüz puan verilmemiş