ଶତ୍ରୁଟିଏ An Enemy
G
0
Altın Yaprak
ଶତ୍ରୁଟିଏ
ଗଜାନନ ମିଶ୍ର
ଦରକାର ଶତ୍ରୁଟିଏ
ଯାହା ପାଇଁ ବଂଚି ହୁଏ
ସୁରୁଖୁରୁରେ।
ଶତ୍ରୁକୁ ବେଖାତିର କଲେ,
ହାତଛଡା କଲେ, ପାଖରୁ
ଦୂରେଇ ଦେଲେ
ସେ ବଂଚିବା କି ବଂଚିବା!
ଶତ୍ରୁ ଯେତେ ଦେଲେ ବି
ଆଘାତ ହୁଏ କମ୍।
ଶତ୍ରୁର ଆଘାତ
ଲାଗେ ରୋମାଂଚ।
ଦେଉଛି ଆଘାତ ଭାବେ ଶତ୍ରୁ
ଆଉ ନିଜେ ହେଉଥାଏ ଖତମ୍,
ଆହା, ପ୍ରିୟ ଶତ୍ରୁ ମୋର
କୋଉଠି ହେଉଛ ଲୀନ!
ଆଃ, କେମିତି କଟୁଛି
ଦେଖ ଏଠି ଦିନ!
ଭୁଲ କି ଠିକ୍
ତୁମର କଥାଭାଷା
ତୁମର ଧର୍ମକର୍ମ
ତୁମେ ଜାଣି ପାରୁ ନ!
ଜାଣି ପାରୁ ନ
କାହା ସହିତ ଲଢିବାକୁ
ତୁମର ଏତେ ପ୍ରସ୍ତୁତି
ମୃତ୍ଯୁ ଶଯ୍ୟାରେ ଏମିତି
ପୁଣି ଏ ଆୟ ଆଡମ୍ୱର!
ତପୋବନ, ଟିଟିଲାଗଡ, ବଲାଙ୍ଗିର
14/10/2019
Bu şiiri puanla
Henüz puan verilmemiş