ଲୋକଙ୍କୁ ନେଇ ହିଁ Taking The People
G
0
Altın Yaprak
1.
ଚାଲ ଚାଲ
ନାଁ ଧର ନି
ଅଟକିବାର।
ଅଟକିଦେଲେ
କହିବ ନି
ହେଲା ନି ଯାଇ।
ନ ହେଲେ କହିବ
ଯାଇ ହେଲା
କୋଉଠିକି!
କୋଉଠିକି ଯାଇ
ମାରିଥାନ୍ତ ହୁଇସିଲ,
ମଡାମାନେ ଉଠି
କହିଥାନ୍ତେ ସମୟର
ଖାସ୍ ଅତିଥି କଥା।
2.
ଚିତ୍ର ବଦଳ
ଏଠି ଏତେ
ଲୋକଙ୍କ ସାମ୍ନାରେ।
ଏଠି ଏତେ
ଲୋକ କରୁଛନ୍ତି କଣ
ଅନ୍ଧାରରେ।
ଲୋକମାନେ ହିଁ
ମୂଳ ସବୁଥିରେ।
ଲୋକଙ୍କୁ ନେଇ ହିଁ
ଯେ ଯୋଉଠି ବ୍ୟସ୍ତ
ମାଟିରେ ଆକାଶରେ।
ଯେ ଯୋଉଠି
ଚିତ୍ର ହେବାରେ କରୁଛନ୍ତି
ମେଳା ଗାଁ ଦାଣ୍ଡରେ।
Bu şiiri puanla
Henüz puan verilmemiş