ତୃତୀୟ ମହଲାରେ ମୁଁ At The Third Floor
G
0
Altın Yaprak
ତୃତୀୟ ମହଲାରେ ମୁଁ
ଦେଖୁଛି ଆକାଶ ଝରକାବାଟେ
ମୋ ନିଜ ଧୂଆଁବାଣରେ।
ପୁଣି ହେବ କଣ ପାରୁଛି ଜାଣି
ଆଉ ରଖୁଛି ବାନ୍ଧି ବୋକାଙ୍କୁ
ଯୋଉମାନେ ମାତୃଦ୍ରୋହୀ
କାମରେ ପାରଙ୍ଗମ।
ସତ, ପିତାମାତା ଛେଉଣ୍ଡ ମୁଁ
ଲଂଘିବା ଜାଣେ ନା ଗାର
ଆଉ ଜାଣେ ଚଳନ୍ତା ଟ୍ରେନରେ
ଯାଏ କେମିତି ଗଛ ସବୁ କେଉଁଆଡେ।
ଛାଡିଆସେଁ ଯାହାସବୁ ପଛରେ ଯାଏଁ ଭୁଲି,
କିନ୍ତୁ ରଖିଥାଏଁ ନିଜକୁ ସିଧା
ନିଜ ଅନ୍ଧାରରେ।
Bu şiiri puanla
Henüz puan verilmemiş