ତୃତୀୟ ପାଦରେthird Foot
G
0
Altın Yaprak
ତୃତୀୟ ପାଦରେ କଣ ତୁମେ ସତରେ ଚାପି ପାରିଛ?
ଚାପିଛ ବଳିକୁ? ?
ଝଲମଲ ହୋଇ ପୁଣି ପୁଣି ଦିଶିଛ ଆଉ ବଢିଛ ବି
ପାଣିରେ ମାଟିରେ ବିଭିନ୍ନ ରୂପରେ।
କେତେବେଳେ ମାଛ, କେତେବେଳେ ନର-ସିଂହ,
କରିଛ କଣ କୋଉଠି କଣ ପାଇଁ! !
ମୁଁ କଣ ତୁମଠୁ ଉପରେ ନାହିଁ?
ମୁଁ କିଏ? ଆଉ କିଏ ତୁମେ?
ଆମ ଭିତରେ ଅଛି କି କଣ ତଫାତ୍?
ଉଡୁଛି ମୁଁ ବି ଆକାଶରେ ଆକାଶ ହୋଇ,
ପାଣି ଭିତରେ ବୁଡି ସାଉଁଟି ଆଣିଛି ଗ୍ୟାନ,
ମାଟିରେ ମାଟି ହୋଇ ଦେଖିଛି ନୂଆ ଆଲୋକ ।
ଜାଣିଛି ମୁଁ ଅଛି କୋଉଠି
ଶାନ୍ତି ପାଇବା ହରାଇବା ଚାବି।
Bu şiiri puanla
Henüz puan verilmemiş