ଆ ରେ ପାରା ଆ Come, Oh Pigeon, Come
G
0
Altın Yaprak
1.
ଆ ରେ ପାରା ଆ,
କିଛି ନ ଦେଲେ ବି
ଦି ଚାରି ପଦ
ଦିଆ ନିଆ ହେବା ତ!
କିଛି କୁହାକୁହି
ନ ହେଲେ ବି
ଟିକିଏ ଦେଖିବୁ ମତେ ତୁ
ଆଉ ମୁଁ ବି ଦେଖିବି ଟିକିଏ ତତେ।
2.
ତୋ ଶବ୍ଦ କହେ କଣ?
ବୁଝେ କିଏ ଆଉ କଣ?
ମୁଁ କିନ୍ତୁ ଦେଖୁଥାଏଁ
ତୋ ରୂପ ତୋ ବେଶ
ବଦଳୁଥାଏ ଯୋଉଟା
ଥରକୁଥର ଆକାଶ ସହିତ।
ଆଉ ଏ ପବନ ନେଉଥାଏ
ମତେ ତୋ ଠିକି
ସତକୁ ସତ କହୁଥାଏ
ସବୁ ଶୂନ୍ୟ।
Bu şiiri puanla
Henüz puan verilmemiş