ଆମ୍ୱଗଛ Mango Tree
G
0
Altın Yaprak
ଜଗେଇଛି ଆମ୍ୱଗଛ,
ପାଇଛି ଆମ୍ୱ।
ମିଠା କଷା ଉଭୟେ
ମୋର।
କଥାରେ କାର୍ଯ୍ୟରେ
ନୁହଁ ମୁଁ ଠକ
ନୁହଁ ଭଣ୍ଡ।
ବିଅର୍ଥରେ
ଯେତେ ଯିଏ
ଯାହା କହ
ମୁଁ ମୋର।
ଆଉ ମୁଁ ଦେଖେ
ସମସ୍ତଙ୍କୁ ମୋ ପ୍ରାୟ।
ମନ୍ଦ ମନାସୁଛି ଯଦି
ପୋଡିଯାଉ ମୋ ହୃଦୟ।
କପଟ ହିଂସା ଛେଦଭେଦ
ଅହଙ୍କାର ନାହିଁ ମୋଠି,
ଅକ୍ଷରକୁ ରଖି ଶବ୍ଦର ଭିତରେ,
ଭାଷାକୁ କରିଛି ମୂଳ,
ସେଇ ଭାଷା ମତେ
ଦେବ ପରିଚୟ
ନିଷ୍ଠା ଅଛି ଯଦି ଥୟ।
ଚିନ୍ତା ନୁହଁ ମନ୍ଦ,
ଫିସାଦି ନୁହଁ ଫାନ୍ଦ,
ହେବି ନି କେବେ ନଷ୍ଟ,
ମାଟିକୁ ଜାବୋଡି
ମା ପାଖରେ
ପାଇବି ମୁଁ ମୋର ଇଷ୍ଟ।
ତୁମ ହାସ୍ୟ ଭର୍ତ୍ସନା ଗାଳି
ରହିବ ତୁମଠି ଜାଣ,
ତୁମ କଥା ମୁଁ
କହୁଛି ତୁମକୁ
ମନଦେଇ ଖାଲି ଶୁଣ।
ଲିପ୍ତ ନୁହଁ ମୁଁ
କୋଉଠି କେବେ,
ରହିଛି ବି ହିସାବକିତାବ
ଲାଭହାନିଠୁ ଦୂରରେ।
ଆଗତ ବିଗତ ନୁହଁ
ମୋର କିଛି,
ଅମୃତଡାକ ଅହର୍ନିଶ
ମୁଁ ଏକା ଏଠୁ ଶୁଣୁଛି।
ଆସ ମୋ ପାଶକୁ
ଦେଖ ଭାଇ ସବୁ,
ପଛନ୍ତେ କହିବ ନାହିଁ,
ଡାକିଥିଲେ ଯାଇଥାନ୍ତୁ ଆମ୍ଭେ
କରିବାକୁ ସାର୍ଥକ ଜୀବନକୁ।
କୁପ୍ରବୃତ୍ତି ସବୁ ଫିଙ୍ଗି ଦେଇ ଆସ,
ସତ୍ୟ ନ୍ୟାୟ କଥା ଭାଷ।
ହେଳାକଲେ ଭେଳା
ବୁଡିବ ମଣିଷ
ପଛନ୍ତେ ଦେବ ନାହିଁ ଦୋଷ।
ମୁଁ ମୋର ରହିଛି
ଏଇଠି ଏମିତି
ଦିବ୍ଯ ପଥ ଦେଖାଇବାକୁ
ନିତିପ୍ରତି।
ସତ୍ୟ ଆମ୍ୱ
ଫଳୁଛି ପ୍ରତ୍ୟହ,
ଚିତ୍ତକୁ ଶୁଦ୍ଧ କରି
ଆସ ଭାଇ ଆସ,
ମା ମାଟି ମାତୃଭାଷା
ପ୍ରୀତିରେ,
ଏକତ୍ର ଏଠାରେ,
ଆନନ୍ଦରେ ଉପଭୋଗ
କରିବ ଯଦି ସମୟ।
Bu şiiri puanla
Henüz puan verilmemiş