ଗଣି ଦିଅ ସଂଖ୍ୟା ଶବ୍ଦ Count The Number And Words
G
0
Altın Yaprak
ରଖ ରଖ ବୋଲି ଯେତେ କହିଲେ ବି
କିଛି କେହି ପାରିଲେ ନି ରଖି।
ନିଅ ନିଅ ବୋଲି ଯେତେ କହିଲେ ବି
କେହି କିଛି ପାରିଲେ ନି ନେଇ।
ଗଲେ ଯିଏ ଯେଉଁଆଡେ ସ୍ଥାନ କାଳ ପାତ୍ର ସବୁର
ନ ଥିଲା ଠିକଠିକଣା କାହାରି।
ବୁଝୁ ବୁଝୁ ହେଲା ଖମ୍ୱଆଳୁ ସବୁ ଚାକର କିଙ୍କର
ହୋଇ ମାଲିକକୁ ପିଟିଲେ ଡିଣ୍ଡିମ ମାୟାପୁଟୁଳା ଧରାଇ।
ପାଣିରେ ବି ପାଦପାଣି ଗଲା ଜଳି କିଏ ଅଛ କାହିଁ
ଦେଖାଦିଅ ବାରେ ଭବ ସମୁଦ୍ର ଦିଅ ଲଂଘାଇ।
ଏକ ଦୁଇ କରି ଗଣି ଦିଅ ସଂଖ୍ୟା ଶବ୍ଦ ଉର୍ଦ୍ଧ୍ୱରେ
ଭିତରେ ବାହାରେ ଚିନ୍ତା ଚଇତନ ଜଗାଇ।
Bu şiiri puanla
Henüz puan verilmemiş